ନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦ୍‌ଘାଟିତ

ନୟାଗଡ଼ ଦୁର୍ଗାପ୍ରସାଦରେ ଉଦ୍‌ଘାଟିତ ନୂତନ ଆଧାର ସେବା କେନ୍ଦ୍ରର ଫଟୋ
ନୟାଗଡ଼ ଦୁର୍ଗାପ୍ରସାଦରେ ଉଦ୍‌ଘାଟିତ ନୂତନ ଆଧାର ସେବା କେନ୍ଦ୍ର

ନୟାଗଡ଼, ୧୦/୧୧/୨୦୨୬: ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦଠାରେ ଏକ ନୂତନ ଆଧାର ସେବା କେନ୍ଦ୍ର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି।

ଉଦ୍‌ଘାଟନୀ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ଡେପୁଟି ଜେନେରାଲ୍ ମ୍ୟାନେଜର ନିହାର ରଞ୍ଜନ ନାୟକ, ଜ୍ୟୋତି ରଞ୍ଜନ, ଅପରେସନ୍ ହେଡ୍ ମନୋଜ କୁମାର ସାମଲ ଓ ମାନସ କୁମାର ସାସମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପ୍ରଦତ୍ତ ସୂଚନା ଅନୁସାରେ, ଏହି କେନ୍ଦ୍ରରେ ନୂତନ ଆଧାର ପଞ୍ଜୀକରଣ, ଆଧାର ବିବରଣୀ ସଂଶୋଧନ ଓ ଅପଡେଟ୍‌, ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପଞ୍ଜୀକରଣ, ଅନୁମୋଦିତ ହ୍ୱାଇଟ୍‌ଲିଷ୍ଟେଡ୍ ପଞ୍ଜୀକରଣ ଓ ସଂଶୋଧନ ସହିତ ବୟସ ସମ୍ବନ୍ଧୀୟ ମାମଲାର ସମାଧାନ ଭଳି ସେବା ମିଳିପାରିବ।

ଏହି କେନ୍ଦ୍ର ପ୍ରତିଷ୍ଠା ଫଳରେ ନୟାଗଡ଼ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଆଧାର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଯିବାର ଆବଶ୍ୟକତା କମିବା ସହ ସମୟ ଓ ଯାତାୟାତ ଖର୍ଚ୍ଚ ବଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି।


ଏହି ଖବର ସେୟାର୍ କରନ୍ତୁ

ନୂଆ ଖବର ଇମେଲ୍‌ରେ ପାଆନ୍ତୁ

କଳିଙ୍ଗ ଖବର ଲାଇଭ୍‌ର ନୂଆ ଖବର ପାଇଁ ମାଗଣା ଇମେଲ୍ ସଦସ୍ୟତା ନିଅନ୍ତୁ।

Leave a Reply