ଭୋଦର ଭୋଦ୍ର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।ନିମାପଡା :- ୧୯/୧୧  ପୁରୀ ଜିଲ୍ଲା ନିମାପଡା ବ୍ଲକ ଭଦ୍ର  ନୋଡାଲ ହାଇସ୍କୁଲରେ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା  ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଅବସ୍ରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ କର ତଥା ସମ୍ମାନିତ ଅତିଥି ଭାବେ ଶ୍ୟାମସୁନ୍ଦର ସ୍ୱାଇଁ ଏବଂ ରମାରମଣ ଦେବପାତ୍ର ପ୍ରମୁଖ ଯୋଗଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ବୈଜ୍ଞାନିକମାନେ ନିଜ ନିଜର ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ (ପ୍ରୋଜେକ୍ଟ) ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଏବଂ ଅନ୍ୟ ଅତିଥିମାନେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଉତ୍ସାହିତ କରିଥିଲେ। ପରେ ସଭା ଗୃହରେ ଏକ ସଭାରେ ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ଓ ସଫଳ ଆୟୋଜନରେ ଶିକ୍ଷୟତ୍ରୀ ସସ୍ମିତା ଢ଼ାଲି, ଅନ୍ନପୂର୍ଣ୍ଣା ଦଳେଇ, ପୂଜାପ୍ରେମୀ ଦଳାଇ, ସ୍ନେହଲତା ରାଉତ, ଅର୍ଚ୍ଚନା ସ୍ୱାଇଁ ଓ ଶିକ୍ଷକ ସଭ୍ୟସାଚୀ ସାହୁ, ଜୈନୁଲ ଖାଁ, ସନ୍ତୋଷ ମହାନ୍ତି, ନୃସିଂହ ତ୍ରିପାଠୀ, ପ୍ଲାବନ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ନୂଆ ଖବର ଇମେଲ୍‌ରେ ପାଆନ୍ତୁ

କଳିଙ୍ଗ ଖବର ଲାଇଭ୍‌ର ନୂଆ ଖବର ପାଇଁ ମାଗଣା ଇମେଲ୍ ସଦସ୍ୟତା ନିଅନ୍ତୁ।

Leave a Reply